*ଖବର ଆଜିର, ୧୬ ଅଗଷ୍ଟ ରବିବାର*
=================
ଆଗାମୀ ଦୁଇଦିନରେ ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ, ସାରା ରାଜ୍ୟରେ ଝଡ଼ବର୍ଷା ସମ୍ଭାବନା।
ସରକାରୀ ଚାକିରି ବୟସ ସୀମା ୪୨କୁ ବୃଦ୍ଧି କଲେ ରାଜ୍ୟ ସରକାର।
ସରକାର ପ୍ରତିଶ୍ରୁତି ଦେଲେ, ୫ ବର୍ଷରେ ୨୦ ଲକ୍ଷ ଚାକିରି ଦେବେ, ଆଉ ୩ ବିଶ୍ୱ ଦକ୍ଷତା କେନ୍ଦ୍ର ଖୋଲିବେ।
ଓଡ଼ିଶାରେ ବଢ଼ିବ ଡପଲର୍ ରାଡାର ସଂଖ୍ୟା; ବାତ୍ୟା-ବର୍ଷା ପୂର୍ବରୁ ମିଳିବ ସୂଚନା, କମିବ ବିପର୍ଯ୍ୟୟ କ୍ଷୟକ୍ଷତି, କହିଲେ ସରକାର।
ଆଗ୍ରିଷ୍ଟାକ୍ ନଥିଲେ ବି ଚାଷୀଙ୍କ ଧାନ କିଣାଯିବ, କହିଲେ ମୁଖ୍ୟମନ୍ତ୍ରୀ ମାଝୀ।
ବିଏମସି ଭୁବନେଶ୍ୱର ମାନଚିତ୍ରରେ ମିଶିଵ ୨୬ ଗାଁ, ୬୭ରୁ ବଢି ୮୨ ହେବ ମୋଟ ୱାର୍ଡ ସଂଖ୍ୟା।
ହାଇକୋର୍ଟଙ୍କ ରାୟ, ପଥର ଖଣି ଲିଜ୍ ବାତିଲ ପାଇଁ ଉପଜିଲ୍ଲାପାଳଙ୍କ କ୍ଷମତା ନାହିଁ।
ଆଜିଠାରୁ ରାଜଧାନୀରେ ଶିକ୍ଷକଙ୍କ ଆନ୍ଦୋଳନ, ଦାବି ପୂରଣ ନହେବା ଯାଏଁ ଦିନରାତି ଧାରଣା।
ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବେଳେ ଠେଲାପେଲାରେ ଅଣନିଶ୍ଵାସୀ ହୋଇ ବୃଦ୍ଧଙ୍କ ମୃତ୍ୟୁ।
ସମ୍ବଲପୁର ଜୁଜୁମରାରେ ଦୁର୍ଘଟଣାରେ ଚାଲିଗଲା OTAS ଅଧିକାରୀ ଓ SBI କର୍ମଚାରୀଙ୍କ ଜୀବନ।
ବାଲେଶ୍ଵର ମଇତାପୁରରେ ପତାକା ଉତ୍ତୋଳନ ପୂର୍ବରୁ ଅଘଟଣ, ବିଦ୍ୟୁତ ଆଘାତରେ କ୍ରୀଡ଼ା ଶିକ୍ଷକ ମୃତ।
କେନ୍ଦୁଝର, ମଙ୍ଗଳପୁର:
ରେ ୧୫ ଦିନ ହେଲା ୨୬ ହାତୀଙ୍କ ଉପଦ୍ରବ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ।
କଡ଼ାକଡ଼ି ହେବ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ, ନଜର ରଖିବେ ଜିଲ୍ଲାପାଳ।
ସାଇବର୍ ଅପରାଧ ବିରୋଧରେ ସଚେତନତା, ଅନଲାଇନ୍ରେ ଯୋଡ଼ିହେଲେ ୨୨ହଜାର ଶିକ୍ଷାନୁଷ୍ଠାନର ୪୦ ଲକ୍ଷ ଛାତ୍ରଛାତ୍ରୀ
ରେଙ୍ଗାଳି ଡ୍ୟାମର ତୃତୀୟ ଗେଟ୍ ଖୋଲିଲା। ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି।
ଯାଜପୁର ଜିଲ୍ଲା ବରୀରେ ଦ୍ୱିତୀୟ ବନ୍ୟା, ଫୁଲୁଛି ବ୍ରାହ୍ମଣୀ, ବଢୁଛି ଖରସ୍ରୋତା ନଦୀ।
ଅନୁଗୁଳ ଅମଳାପଡାରେ ଗାନ୍ଧୀ ଭବନ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଆରମ୍ଭ ହେଲା ଅଙ୍ଗନବାଡି କେନ୍ଦ୍ର।
ନବରଙ୍ଗପୁର ରେ ମୃତ ଶ୍ରମିକଙ୍କୁ ମିଳୁନି ସହାୟତା, ତଦନ୍ତ ଚାଲିଛି ବର୍ଷ ବର୍ଷ, ପରିବାର ହତାଶ।
ଚଭଦ୍ରକ ଜିଲ୍ଲାରେ ଢ଼ା ଦରରେ ସାର ବିକ୍ରି, କଳାବଜାରକୁ ନେଇ ଶୋଷଣରେ ଚାଷୀ।
କେନ୍ଦୁଝର ବାଂଶପାଳ ରେ ଖାଲଖମାରେ ପରିପୂର୍ଣ୍ଣ ରାସ୍ତା ନିର୍ମାଣ ଦାବି ନେଇ ଲୋକେ ଉତ୍ତେଜିତ, ରାସ୍ତା ଜାମ।
*ରେଳବାଇ ନିଯୁକ୍ତି ବୋର୍ଡ ଦ୍ୱାରା ଜୁନିଅର ଇଞ୍ଜିନିୟର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ। ଆବେଦନ ଶେଷ ତାରିଖ 13 ସେପ୍ଟେମ୍ବର*
🇳🇪
ଆଇନ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବାର କାଉନସିଲ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ମନନ ମିଶ୍ର କ୍ଷମା ମାଗିଛନ୍ତି।
ୟୁପିରେ ଆନାଲଗ୍ ପନୀର ସମେତ କ୍ରିମ୍, ଘିଅ ଉପରେ ଲାଗିଲା କଟକଣା।
ଝାଡଖଣ୍ଡ ଲାଟେହାର ରେ ଅଟୋ ଓ କଣ୍ଟେନର ମଧ୍ୟରେ ଧକ୍କା, ୭ଜଣଙ୍କ ମୃତ୍ୟୁ।
'କକ୍ରୋଚ୍ ଜନତା ପାର୍ଟି' ମହାରାଷ୍ଟ୍ରର ସରକାରୀ ସ୍କୁଲର ଖରାପ ଅବସ୍ଥାକୁ ଠିକ କରିବା ପାଇଁ 'ସ୍କୁଲ୍ ଠିକ କରୋ' ଅଭିଯାନ ଆରମ୍ଭ କଲା।
ଅରୁଣାଚଳରେ ଭୂସ୍ଖଳନ ଏବଂ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି, ୪ ମୃତ, ୫ ଯବାନ ନିଖୋଜ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସ୍ୱାଧୀନତା ଦିବସରେ ଲାଲକିଲ୍ଲାକୁ ଆସିଲେ ନାହିଁ।
ଇଣ୍ଡୋନେସିଆ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି।
ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ, ୭ ମୃତ, ୩ ଆହତ।
🚴🏾♂️⚽🏏
ହକି ବିଶ୍ୱ କପରେ ଟିମ୍ ଇଣ୍ଡିଆ ୩-୧ ଗୋଲ୍ରେ ୱେଲ୍ସ କୁ ପରାସ୍ତ କଲା।
ଶ୍ରୀଲଙ୍କା ବିପକ୍ଷରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୭୩ ଓଭରରେ ୨ୱିକେଟ ହରାଇ ୨୮୮ ରନ୍ କରିଛି।
ରାଉରକେଲା ର ଦୌଡାଳି ସୁମିତ ସିଂ, ୮୦ତମ ସ୍ୱାଧୀନତା ଦିବସରେ ୮୦ କିମି ଦୌଡ଼ିଲେ।
*ଗତବର୍ଷ ଏଇ ସମୟରେ*
ରାଜ୍ୟରେ ଆଉ ୨୧ଟି ନୂଆ ଏନଏସି ଗଠନ ହେବ ବୋଲି ସରକାର କହିଥିଲେ।
ଓଡ଼ିଶା ହେବ ମେଡ଼ିସିନ ହବ୍। ଅଢେଇ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଆନ୍ଧ୍ର ପ୍ରଦେଶରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହୋଇଥିଲା।
ଦେଶର ୩.୫କୋଟି ବେରୋଜଗାରଙ୍କୁ ଚାକିରି ମିଳିବା ପାଇଁ ଯୋଜନା ଆରମ୍ଭ ହେଲା ବୋଲି କହିଥିଲେ ମୋଦୀ।
=================
ଆଜି ପାର୍ସି ନବବର୍ଷ, ନବରୋଜ
ଆଜି ଜନ୍ମଦିନ: ମାଡୋନା (ପପ), ଅରବିନ୍ଦ କେଜରିୱାଲ, ସୈଫ ଅଲୀ ଖାଁ, ଜୟରାମ ପାଙ୍ଗି, ଜଉନା ମୁର୍ମୁ (ଆଥଲେଟ, ମୟୁରଭଞ୍ଜ)
ଆଜି ତିରୋଧାନ: ରାମକୃଷ୍ଣ ପରମହଂସ, ଅଟଳ ବିହାରୀ ବାଜପେୟୀ, ଚେତନ ଚୌହାନ (କ୍ରିକେଟ)
ଇତିହାସରେ ଆଜି: (୧୯୪୬) ମହମ୍ମଦ ଜିନ୍ନାଙ୍କ ଆହ୍ୱାନ ଯୋଗୁଁ କଲିକତାରେ ସାମ୍ପ୍ରଦାୟିକ ହିଂସାରେ ୬,୦୦୦ ମୃତ
===============
*ବନ୍ଦେ ଉତ୍କଳ ଜନନୀ* 🪻🌻🪻