"ଓଡ଼ିଆ ଭାଷା" ଆପ୍କୁ ଆପଣଙ୍କୁ ସ୍ୱାଗତ! 🙏 |
Odia Bhasa - Read & Write
ବର୍ତ୍ତମାନ ଡିଜିଟାଲ୍ ଯୁଗରେ ଆପଣଙ୍କ ପିଲାମାନଙ୍କୁ ଓଡ଼ିଆ ଶିଖାଇବା ହେଲା ଆହୁରି ସହଜ ଏବଂ ମଜାଦାର । ଏହି ଆପ୍ଟି ବିଶେଷ ଭାବରେ ସେହିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ଆରମ୍ଭରୁ ଓଡ଼ିଆ ଭାଷା, ବର୍ଣ୍ଣମାଳା (ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ଯୁକ୍ତାକ୍ଷର, ଫଳା ଓ ସଂଖ୍ୟା) ଏବଂ ସଂଖ୍ୟା ଶିଖିବାକୁ ଚାହୁଁଛନ୍ତି ।
ଏଥିରେ ପ୍ରତ୍ୟେକ ବର୍ଣ୍ଣ ପାଇଁ ଉଦାହରଣ ସ୍ଵରୂପ ଶବ୍ଦ ଓ ବାକ୍ୟ ସହିତ ପଢ଼ିବାର ସୁବିଧା ରହିଛି, ଯାହା ପିଲାମାନଙ୍କର ଶିଖିବା ଆଗ୍ରହକୁ ବଢ଼ାଇବ ।
- ମୁଖ୍ୟ ବିଶେଷତ୍ୱ -
• ବର୍ଣ୍ଣମାଳା ଶିକ୍ଷା:
୧. ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ: ଅ ରୁ କ୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଅକ୍ଷର ଏବଂ ଶବ୍ଦ ସହ ପଢ଼ି ଶିଖନ୍ତୁ ।
୨. କେବଳ ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ ଅକ୍ଷରର ଉଛାରଣ ଶୁଣନ୍ତୁ ।
୩. ମାତ୍ରା ଓ ଫଳା: ମାତ୍ରା (ା, ି, ୀ...) ଏବଂ ଫଳା (୍ୟ, ୍ର, ୍ୱ...) ର ସଠିକ୍ ବ୍ୟବହାର ଜାଣନ୍ତୁ ।
୪. ଯୁକ୍ତାକ୍ଷର: କଠିନ ଯୁକ୍ତାକ୍ଷର ଗୁଡ଼ିକୁ (ଯେପରି- ଙ୍କ, ଞ୍ଚ, ଷ୍ଟ) ସହଜ ଉଦାହରଣ ସହ ବୁଝନ୍ତୁ ।
• ସଂଖ୍ୟା ପରିଚୟ:
୧ ରୁ ୧୦୦ ପର୍ଯ୍ୟନ୍ତ ଓଡ଼ିଆ ଅଙ୍କ ଗଣିବା ଏବଂ ପଢ଼ିବା ଶିଖନ୍ତୁ ।
ସ୍କ୍ରୋଲ କରି ୧ ରୁ ୧୦୦୦ ଯାଏ ଦେଖିପାରିବେ ।
• ହାତଲେଖା ଅଭ୍ୟାସ :
୧. ଆପ୍ ମଧ୍ୟରେ ଥିବା ସ୍ଲେଟ୍ରେ ପିଲାମାନେ ଅକ୍ଷର ଉପରେ ହାତ ବୁଲାଇ ଲେଖିବା ଅଭ୍ୟାସ କରିପାରିବେ ।
୨. ଏଥିରେ ସ୍ଵରବର୍ଣ୍ଣ, ବ୍ୟଞ୍ଜନବର୍ଣ୍ଣ, ଯୁକ୍ତାକ୍ଷର ଓ ୧ ରୁ ୧୦୦ ପର୍ଯ୍ୟନ୍ତ ନିଜ ଆଙ୍ଗୁଠି / ଷ୍ଟାଇଲସ୍ ପେନ୍ ର ବ୍ୟବହାର କରି ଲେଖିପାରିବେ । ଏବଂ ଯେଉଁଠି ଛାଡ଼ିଥିବେ ସେଇଠାରୁ ଆରମ୍ଭ କରିପାରିବେ ।
୩. ଲେଖିବା ସମୟରେ ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣ ଅକ୍ଷରର ଉଛାରଣ ଶୁଣନ୍ତୁ ।
• ଛବିଳ ମଧୁ ବର୍ଣ୍ଣବୋଧ:
ଭକ୍ତକବି ମଧୁସୂଦନ ରାଓଙ୍କ କାଳଜୟୀ ପୁସ୍ତକ 'ଛବିଳ ମଧୁ ବର୍ଣ୍ଣବୋଧ' ଏବେ ଡିଜିଟାଲ୍ ରୂପରେ । ଏହାକୁ ଆପଣ ଡାଉନଲୋଡ୍ କରି ପଢ଼ିପାରିବେ ।
• ଓଡ଼ିଆ ବହି :
୧. ଆମ ଆପ୍ ର ଡେଭେଲପର ମାନଙ୍କ ଦ୍ବାରା ଲେଖାଯାଇଥିବା ବହି ଗୁଡିକ ପଢିପାରିବେ ।
୨. ଗଳ୍ପ, କବିତା ଇତ୍ୟାଦି ମଧ୍ୟ ପଢିପାରିବେ ।
୩. ପ୍ରତିଦିନ ବିଦ୍ୟାଳୟ ରେ ଗାଉଥିବା ପ୍ରାର୍ଥନା ଯଥା : ଆହେ ଦୟାମୟ ବିଶ୍ୱ ବିହାରୀ, ଭବ ସାଗର ତାରଣ କାରଣ ହେ, ଶ୍ରୀ ଗୁରୁ ବନ୍ଦନା, ହେ ଆନନ୍ଦମୟ କୋଟି, କରୁଣା ସାଗର ପ୍ରଭୁ ହେ, ତୁମେଟି ଜଗତ କରତା, କି ସୁନ୍ଦର ଆହା କି ଆନନ୍ଦମୟ ।
୪. ଆମର ଜାତୀୟ ସଙ୍ଗୀତ ଓ ରାଜ୍ୟ ସଙ୍ଗୀତ ଇତ୍ୟାଦି ।
୫. ଯଦି କୌଣସି ବହି ପାଇଁ ଅଡିଓ ଯୋଗକରାଯାଇଅଛି ତାହେଲେ ଆପଣ ତାହା ଶୁଣିପାରିବେ ।
• ଓଡ଼ିଆ କ୍ୟାଲେଣ୍ଡର:
ପ୍ରତି ମାସର ପର୍ବପର୍ବାଣି, ଛୁଟିଦିନ ଏବଂ ତିଥି ବିଷୟରେ ଜାଣନ୍ତୁ । (କେବଳ ୨୦୨୬ ମସିହାର)
• ଜ୍ଞାନ ଓ ଇତିହାସ:
୧. ଓଡ଼ିଶାର ଇତିହାସ ଏବଂ ଓଡ଼ିଆ ଭାଷାର ଉତ୍ପତ୍ତି ବିଷୟରେ ରୋଚକ ତଥ୍ୟ ।
୨. ଲିପ୍ୟନ୍ତର ।
• ଏହି ଆପ୍ଟି କାହିଁକି ଡାଉନଲୋଡ୍ କରିବେ?
✅ ସମ୍ପୂର୍ଣ୍ଣ ମାଗଣା ଏବଂ ବ୍ୟବହାର କରିବାକୁ ଅତି ସହଜ ।
✅ ଉଦାହରଣ ଶବ୍ଦ ସହ ବାକ୍ୟ (ଯେପରି- "ଅରଟ ରେ ସୂତା ବୁଣା ଯାଏ") ।
✅ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉପଯୋଗୀ ।
ଆଜି ହିଁ "ଓଡ଼ିଆ ଭାଷା" ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ନିଜ ପିଲାଙ୍କୁ ଆମ ମାତୃଭାଷା ସହିତ ଯୋଡ଼ନ୍ତୁ ।
ଆମ ଭାଷା, ଆମ ପରିଚୟ
ଡାଉନଲୋଡ୍ କରନ୍ତୁ : https://play.google.com/store/apps/details?id=in.sandeep.odiabhasa
ଆମ ୱେବସାଇଟ : https://imsbg.github.io/odiabhasa/
Sandeep Biswal G