ଖବର ଆଜିର* ତାରିଖ ୨୮-୦୮-୨୦୨୬ ଶୁକ୍ରବାର ୧- ଆଜି ମିଳିବ ସୁଭଦ୍ରା ଟଙ୍କା… — Technical Parme — TG.ME

*ଖବର ଆଜିର* ତାରିଖ ୨୮-୦୮-୨୦୨୬ ଶୁକ୍ରବାର ୧- ଆଜି ମିଳିବ ସୁଭଦ୍ରା ଟଙ୍କା, ନୟାଗଡ଼ରେ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟ ମନ୍ତ୍ରୀ। ୨- ଭୁବନେଶ୍ୱର: ବ୍ଲକିଂ, ଚେକିଂ ଜୋରଦାର, ୧୩୧ ଗାଡ଼ି ଜବତ୍, ତଣ୍ଡ ଗଣିଲେ ୮୩ ହଜାର ଟଙ୍କା। ସେପଟେ ଡକ୍ୟୁମେଣ୍ଟ ଅଭାବରୁ ବାତିଲ ହେଲା ୨୦ ଲକ୍ଷ ଗାଡ଼ିର ରେଜିଷ୍ଟ୍ରେସନ୍। ବିନା ସୂଚନାରେ ଆହୁରି ହଟିବ ୩୦ ଲକ୍ଷ ଗାଡି। ୩- କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ଜନ୍ମ ଉତ୍ସବ ପାଳିତ। ଶ୍ରୀ ଜିଉଙ୍କୁ ଲାଗି ହେଲା ଲକ୍ଷେ ତୁଳସୀ। ୪- ଜୋର୍ ଧରିଲା ଛାତ୍ର ସଂସଦ ନିର୍ବାଚନ ଦାବି, ୨୦୧୭ରୁ ସରକାର ବନ୍ଦ କରିଛନ୍ତି। ୫- ଗଞ୍ଜାମ: ଗୋଳାବନ୍ଧ ଓ ଛେଳିଗଡ ବିସ୍ଥାପିତ ପରିବାର ପାଇଁ ୭୫.୬୦ କୋଟି ଟଙ୍କାର ପୁନର୍ବାସ ପ୍ୟାକେଜ୍‌ ଘୋଷଣା ହେଲା। ୬- କଟକ: ଅଦାଲତ ଅବମାନନା, ପୂର୍ବତନ ଡିଜିପି ୱାଇ ବି ଖୁରାନିଆଙ୍କୁ ହାଇକୋର୍ଟରୁ ଆସିଲା ନୋଟିସ୍। ୭- ଗଜପତି, ସିଙ୍ଗିପୁର: ସରକାରୀ ସ୍କୁଲ ଭିତରେ ତେଲୁଗୁ ସିନେମା ସୁଟିଂ, ବିବାଦରେ ସରପଞ୍ଚ, ତଦନ୍ତ ପାଇଁ ବିଇଓଙ୍କ ନିର୍ଦ୍ଦେଶ। ୮- ମିଠା କିଣୁଥିଲେ ସାବଧାନ! ରାଜଧାନୀର ବିଭିନ୍ନ ମିଠା ଦୋକାନରେ ବିଏମସି ଚଢାଉ, ବାସୀ ଓ ଅପମିଶ୍ରିତ ଖାଦ୍ୟ ଓ ପନିର ବାହାରୁଛି କୁଢ଼ କୁଢ଼। ୯- ସମ୍ବଲପୁର: ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଦାୟିତ୍ୱ ନେଲେ ଡିଆଇଜି ଚରଣ ସିଂହ ମୀନା। ୧୦- ଭୁବନେଶ୍ୱର ଭରତପୁରରେ ଦାଦା ବଟି ନଦେବାରୁ କାର ସୋରୁମ ମାଲିକ ମାମୁଁ ଭଣଜାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ୧୧- ରାଉରକେଲା: ଜେଲ ଗଲେ ଯୁବ ନେତା ପ୍ରକାଶ ପାଶୱାନ, ବିହାରରୁ ଗିରଫ କରିଥିଲା ରାଉରକେଲା ପୋଲିସ। ୧୨- ବାପାମାଆଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ; ଜ୍ୱାଇଁ, ବୋହୂଙ୍କର ନୁହେଁ -  କର୍ଣ୍ଣାଟକ ହାଇକୋର୍ଟ। ୧୩- ଭୁବନେଶ୍ୱର ଜମି ମାଫିଆମାନେ କୁଆଖାଇ ନଦୀପଠାର ଜାଗାରେ ସିମେଣ୍ଟ ଖୁଣ୍ଟ ପୋତି, ବାଡ଼ ବୁଲାଇ, ରାସ୍ତା ପାଖ ଦର୍ଶାଇ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି। ପ୍ରଶାସନ ଉଦାସୀନ। ୧୪- ରାୟଗଡ଼ା: କଲ୍ୟାଣସିଂହପୁରରେ ବଲାଙ୍ଗୀର ପୁଲିସର ରେଡ୍, ମିଳିଲା ବିପୁଳ ପରିମାଣର ସୁନା, ରୂପା। ୧୫- ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି। ୩୦ ବା ୩୧ ତାରିଖ ବେଳକୁ ଏହା ଲଘୁଚାପ ରୂପ ନେବ, ପୁଣି ବର୍ଷା ହେବ। ୧୬- କଟକ ହାଇକୋର୍ଟରେ ୬ଶହ ମିସନ୍‌ ଶକ୍ତି ମାମଲାର ଏକତ୍ର ଶୁଣାଣି ହେଲା। ଆଡଭୋକେଟ ଜେନେରାଲ ଯୁକ୍ତି ଉପସ୍ଥାପନ କଲେ। ୧୭- ଭୁବନେଶ୍ୱର ୟୁନିଟ୍‌-୨ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ପାଖରେ ପୋକ୍‌ଲିନ୍‌ ମେସିନ୍‌ରେ ନିଆଁ ଲଗାଇ ମାଓବାଦୀ ନାଁରେ ୫୦ ଲକ୍ଷ ଟଙ୍କା ବଟି ଦାବି। ପୋଲିସ ହତବାକ। ୧୮- ଭଦ୍ରକର ନଙ୍ଗଆମହଲା ଗାଁରେ ପତ୍ନୀକୁ ହତ୍ୟା କରି ନିଜେ ଫାଶି ଦେଇ ସ୍ୱାମୀ ମୃତ। ୧୯- ସୁନ୍ଦରଗଡ ଡାକ୍ତରଖାନାରୁ କଏଦୀ ଫେରାର୍‌, ଦୁଇ ଜେଲ୍‌ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୨୦- କାନପୁର: ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ। ୨୧- ପଶ୍ଚିମବଙ୍ଗ, ମାଲଦା: ସରକାରୀ ହସ୍ପିଟାଲରେ ମୃତ୍ୟୁର ତାଣ୍ଡବ! ୩ ସପ୍ତାହରେ ୬୦, ଦିନକରେ ଗଲାଣି ୧୦ ଶିଶୁଙ୍କ ଜୀବନ, ହସ୍ପିଟାଲ୍ ଏବେ ସ୍ୱାସ୍ଥ୍ୟ ବିଭାଗର ସ୍କାନରରେ। ୨୨- ଅମରାବତୀ: ଅଟୋ-ରିକ୍ସା ସହ ଧକ୍କା ହେଲା ଯାତ୍ରୀବାହୀ ବସ୍, ପ୍ରାଣ ହରାଇଲେ ଗୋଟିଏ ଗାଁର ସାତ ଜଣ ଲୋକ। ୨୩- ଅଗଷ୍ଟ ୨୯ରୁ ଉଜବେକିସ୍ତାନ-କିର୍ଗିଜସ୍ତାନ ଗସ୍ତରେ ପିଏମ୍ ମୋଦୀ, SCO ସମ୍ମିଳନୀରେ ହେବେ ସାମିଲ। ୨୪- ମୁଖ୍ୟ ବିଚାରପତି ଓ ବାର୍‌ କାଉନ୍‌ସିଲ୍‌ ମୁଖ୍ୟଙ୍କୁ ନିମନ୍ତ୍ରଣ ବିବାଦ, ବେଙ୍ଗାଲୁରୁ ନ୍ୟାସନାଲ୍‌ ଲ’ ସ୍କୁଲ୍‌ର ସମାବର୍ତ୍ତନ ଉତ୍ସବ ବାତିଲ୍‌। ୨୫- ନେପାଳ ଜଳପ୍ରଳୟ: ମାଟିତଳୁ ଜୀବନ ଖୋଜା, ମୃତ୍ୟୁ ସଂଖ୍ୟା ୪୦୦ ପାର୍, ୩୦୦ ଭାରତୀୟଙ୍କ ସମେତ ୧୫୦୦ ନିଖୋଜ। ୨୬- ଭୂକମ୍ପ ନୁହେଁ, ଗ୍ଲେସିୟର ଧସିବାରୁ ଆସିଲା ନେପାଳର ପ୍ରଳୟଙ୍କରୀ ବନ୍ୟା। ୨୭- ନେପାଳ ବିପର୍ଯ୍ୟୟ ପରେ ଚୀନ୍‌ର ମେଗା ଡ୍ୟାମ୍‌କୁ ନେଇ ଭାରତ ପାଇଁ ବଢ଼ିଲା ଚିନ୍ତା। ୨୮- ଆମେରିକାରେ ବଡ଼ ଧରଣର ଭିସା ବାତିଲ୍ ଅଭିଯାନ ଆରମ୍ଭ। ଭିସା ପାଇଥିବା ବ୍ୟକ୍ତି ଶରଣାର୍ଥୀ ଭାବେ ଆବେଦନ କରିଥିଲେ। ୨୯- ମହିଳା ଏସିଆ କପ୍‌ କ୍ରିକେଟ୍‌ ଆଜିଠାରୁ ଦୁବାଇରେ ଆରମ୍ଭ ହେବ। ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୩୦- କଲମ୍ବୋ:ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ। ୩୧- ଜାପାନରେ ଏସୀୟ କ୍ରୀଡ଼ାରେ ଟ୍ବେଣ୍ଟି୨୦ କ୍ରିକେଟ୍‌; ସିଧା କ୍ବାର୍ଟର ଖେଳିବେ ଭାରତୀୟ ପୁରୁଷ, ମହିଳା ଦଳ। ୩୨- ମହିଳା ହକି ବିଶ୍ୱକପ୍: ଜର୍ମାନୀକୁ ୩-୧ରେ ହରାଇ ୫ମ ସ୍ଥାନ ହାସଲ କଲା ଭାରତ; ୧୯୭୪ ପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। *ଶୁଭ ସକାଳ* ଆଜି ଆଷାଢ଼ ମାସ ଶୁକ୍ଳା ପକ୍ଷ ପୂର୍ଣ୍ଣିମା ଦିବା ଘ୦୯:୪୪ ଗତେ ପ୍ରତିପଦ, ଗହ୍ମା ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା

August 28, 2026 1.4K