ଖବର ଆଜିର* ତାରିଖ ୨୬-୦୮-୨୦୨୬ ବୁଧବାର ୧- ପୁଣି ଆସୁଛି ଆଉ ଏକ ଲଘୁଚାପ, ବଡ଼… — Technical Parme — TG.ME

*ଖବର ଆଜିର* ତାରିଖ ୨୬-୦୮-୨୦୨୬ ବୁଧବାର ୧- ପୁଣି ଆସୁଛି ଆଉ ଏକ ଲଘୁଚାପ, ବଡ଼ ବର୍ଷା ନେଇ ଆକଳନ କଲା ପାଣିପାଗ ବିଭାଗ।ଉତ୍ତର ଏବଂ ଉପକୂଳ ଓଡିଶାରେ ଚାଷ ଜମି ଏବେ ପାଣି ଘେରରେ। ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବାଲେଶ୍ଵରର ସ୍ଥିତି ବେହାଲ। ୨- ଭୁବନେଶ୍ୱର: ସେପ୍‌ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ୩- ମହାନଦୀରେ ଆସୁଛି ଛୋଟ ବନ୍ୟା, ଆଜି ମୁଣ୍ଡୁଳିରେ ବନ୍ୟା ଜଳ ୬.୭ ଲକ୍ଷ କ୍ୟୁସେକ ଛୁଇଁବ। ୪- ଆୟୁଷ୍ମାନ କାର୍ଡ ଅର୍ଥ ଉପରେ ନଜର, ଓଡ଼ିଶା ରୋଗୀ ଗୋଟାଉଛି ଆନ୍ଧ୍ର ଆମ୍ବୁଲାନ୍ସ। ୫- ଝାଡ଼ଖଣ୍ଡରେ ଓଡ଼ିଆ ବିଦ୍ୟାଳୟକୁ ଘୋର ଅବହେଳା, NALSAର ଦ୍ବାରସ୍ଥ ହେଲା ସର୍ବଭାରତୀୟ ଓଡ଼ିଆ ସମାଜ। ୬- କଣ୍ଟାବାଞ୍ଜି: ଥାନା ଅଧିକାରୀଙ୍କ ନାଁ ନେଇ ୮୭ ହଜାର ଟଙ୍କା ସାଇବର ଠକେଇ ଅଭିଯୋଗ। ୭- କଲେଜରେ ଲାଗୁ ହେଲା ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା, ପ୍ରଥମେ ୧୦ଟି କଲେଜରୁ  ଆରମ୍ଭ। ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ୭୫% କ୍ଲାସ୍ ଉପସ୍ଥାନ ଆବଶ୍ୟକ। ୮- ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ଆସିଛି ଦୁଃଖଦ ଖବର: ଏକାଦିନରେ ସାପ ନେଲା ୬ ଜୀବନ, ଅଜା-ନାତିଙ୍କ ପରେ ଭାଇ-ଭଉଣୀ। ୯- କେନ୍ଦ୍ରାପଡ଼ା  ଜିଲ୍ଲା ନଈନାଳରେ ଅଘୋଷିତ କର୍ଫ୍ୟୁ: ପାଦ ବୁଡ଼ାଇଲେ ଟାଣି ନେଉଛି କୁମ୍ଭୀର! ରାଜକନିକା ଅଞ୍ଚଳରେ ଡଙ୍ଗା ଉପରକୁ ଚଢ଼ୁଥିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର। ୧୦- ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବିରେନ୍ଦ୍ର-କୋରକୋରା ଓ I&PR ବିଭାଗର ନିର୍ଦ୍ଦେଶକ ଭାବେ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ମିଳିଲା ନିଯୁକ୍ତି। ୧୧- ପାହାଳ ମିଠା ବଜାରରେ BMCର ବଡ଼ ଚଢ଼ାଉ; ଟିମ୍ ପହଞ୍ଚିବା ପୂର୍ବରୁ ବନ୍ଦ ହେଇଗଲା ଶଟର୍ ୧୨- ସଡ଼କ ଦୁର୍ଘଟଣା ମୃତ୍ୟୁ ହ୍ରାସ କରିବା ପାଇଁ ଆସନ୍ତା ୭ ମାସ ପର୍ଯ୍ୟନ୍ତ ପ୍ରତି ମାସର ପ୍ରଥମ ସପ୍ତାହରେ ପାଳନ ହେବ ‘ଶୂନ ମୃତ୍ୟୁ ସପ୍ତାହ’। ୧୩- ଭୁବନେଶ୍ୱର: ମାର୍କେଟରେ ନାହିଁ ପର୍ଯ୍ୟାପ୍ତ ଚିନି, ସେପଟେ ବନ୍ଦ ପଡ଼ିଛି ୪ ଚିନି କଳ; ମନ୍ତ୍ରୀ କହିଲେ- ଯୋଜନା କରୁଛୁ। ୧୪- ଅନୁଗୋଳ: ସୁଭଦ୍ରା ପାଦିଲ୍ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଷ୍ଟଟ୍ରାକ କୋର୍ଟଙ୍କ ବଡ଼ ରାୟ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ। ୧୫- ଓଡ଼ିଶା ସରକାର ପୁନର୍ବାସ ଓ ଥଇଥାନ ନୀତିରେ ଅନୁଦାନ ଓ କ୍ଷତିପୂରଣ ହାର ବୃଦ୍ଧି କରିଛନ୍ତି। ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଲାଗୁ ରହିବ। ୧୬- ସମ୍ବଲପୁର ମହାନଗର ନିଗମରେ ପଶିଲା ଭିଜିଲାନ୍ସ। ବଜାର ଓ ରାସ୍ତାଘାଟରେ ଉଠା ଦୋକାନୀଙ୍କଠାରୁ ମନଇଚ୍ଛା ଫି’ ଆଦାୟ କରିବା ମାମଲା। ୧୭- ପାରାଦୀପରୁ ଲୁହାପଥର ନେଇ ଯାଉଥିବା 'ଓସେନ୍ ୱିନର' ଜାହାଜ ଆଣ୍ଡାମାନ ନିକଟରେ ନିଖୋଜ ଘଟଣାର ୪ ଦିନ ପରେ ବି ଜାହାଜ ଓ ୨୨ କର୍ମଚାରୀଙ୍କ ପତ୍ତା ମିଳିନି। ୧୮- କୋରାପୁଟ ବୋରିଗୁମ୍ମା ରେ ପୁଲିସ ଓ ଡକାୟତ ଦଳ ମୁହାଁମୁହିଁ, ଅସ୍ତ୍ରଶସ୍ତ୍ର ଧରି ଜଙ୍ଗଳ ପଳେଇଲେ ଡକାୟତ। ପୁଲିସ ଗାଡି ଚାବି ନେଇଗଲେ। ୧୯- ବ୍ରହ୍ମପୁରରେ ସରକାରୀ ଚାକିରିର ‌ଲୋଭ ଦେଖାଇ ୨.୪୮ କୋଟି ଟଙ୍କା ଠକିଥିବା ଏକ ୫ଜଣିଆ ଗ୍ୟାଙ୍ଗ୍‌କୁ ବୈଦ୍ୟନାଥପୁର ଥାନା ପୁଲିସ କାବୁ କରିଛି। ୨୦- ଫୁଲବାଣୀ କଟରିଙ୍ଗିଆ ପଂଚାୟତରେ ସନ୍ତାନପ୍ରାପ୍ତି ଆଶାରେ ଚେରମୂଳି ଔଷଧ ଖାଇ ଦମ୍ପତି ମୃତ। ୨୧- କଲିକତା: ଗ୍ରୁପ୍ ସି ୧୬ ଲକ୍ଷ ଏବଂ ଗ୍ରୁପ୍ ଡି ପଦବୀ ୧୨ ଲକ୍ଷରେ ବିକ୍ରି; ପାର୍ଥ ଏବଂ ଅର୍ପିତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଇଡି। ୨୨- ବିହାର ପବ୍ଲିକ ସର୍ଭିସ ପରୀକ୍ଷା ଦାବି: ପାଟନାରେ ଛାତ୍ର ଶୋଭାଯାତ୍ରା। ୨୩- ଟେଲିକମ୍ ଟାରିଫ୍‌ରେ ୧୨% ବୃଦ୍ଧି ସମ୍ଭାବନା: ନଭେମ୍ବର-ଡିସେମ୍ବରରେ ଆସିପାରେ ନୂଆ ଦର। ୨୪- ମାଣ୍ଡ୍ୟା: ଭିକାରୁଣିଙ୍କ ମୃତ୍ୟୁ ପରେ ଘରୁ ମିଳିଲା ୮.୪ଲକ୍ଷ ଟଙ୍କା। ୩୦ଟି ବସ୍ତାରେ ରଖାଯାଇଥିଲା ମୁଦ୍ରା ଓ ନୋଟ୍। ୨୫- ଦିଲ୍ଲୀରେ ୨,୩୦୮ ଜଣ ସ୍ୱାଇନ ଫ୍ଲୁ ସଂକ୍ରମିତ, ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀ ବୈଠକ। ୨୬- ବିହାରରେ ବିପିଏସ୍‌ସି ନିଯୁକ୍ତି ପରୀକ୍ଷାରେ ଜାଲିଆତି ନେଇ ଚାଲିଥିବା ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ୨୭- ଭାରତରେ ଫ୍ଲୁ ଆକ୍ରାନ୍ତଙ୍କ ୯୮% ମାମଲା, ଏଚ୍‌୧ଏନ୍‌୧-ଜନିତ ଭୟର କାରଣ ନ ଥିବା କହିଲା ଆଇସିଏମ୍‌ଆର୍‌। ୨୮- ଇରାନ ଉପରେ ଆମେରିକା ନୂଆ କଟକଣା ଲାଗୁ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପୁଣି ବଢ଼ିଲା। ୨୯- ଦୀର୍ଘ ୪୫ ବର୍ଷ ପରେ ସିରିଆକୁ ‘ଆତଙ୍କବାଦ ପ୍ରାୟୋଜକ ରାଷ୍ଟ୍ର’ ତାଲିକାରୁ ହଟାଇଲା ଆମେରିକା। ୩୦- ମସ୍କୋରେ ପହଁଚିଲା ଆମେରିକା ସାମରିକ ବିମାନ। କୂଟନୈତିକ ମହଲରେ ବିଭିନ୍ନ ଆକଳନ। ୩୧- ଗତ ୭ ଦିନ ମଧ୍ୟରେ ସମଗ୍ର ବିଶ୍ବରେ ୪.୫ କିମ୍ବା ଅଧିକ ତୀବ୍ରତାର ୧୮୭ଟି ଭୂକମ୍ପ ରେକର୍ଡ ହୋଇଛି। ୩୨- ଅଲ୍‌ଆଉଟ୍‌ରୁ ବର୍ତ୍ତିଲା ଶ୍ରୀଲଙ୍କା, ସ୍କୋର ୨୬୫/୮, ବର୍ଷା ଯୋଗୁଁ ଅଟକିଲା ମ୍ୟାଚ୍‌। ୩୩- ଏସୀୟ ରଗ୍‌ବି ଏମିରେଟ୍‌ସ ସିରିଜ୍‌ ପାଇଁ ଭାରତୀୟ ବରିଷ୍ଠ ଦଳରେ ୬ ଓଡ଼ିଆ ଖେଳାଳି। ପୁରୁଷ ଦଳରେ ୨ ଏବଂ ମହିଳା ଦଳରେ ୪ ଜଣ। *ଶୁଭ ସକାଳ* ଆଜି ଆଷାଢ଼ ମାସ ଶୁକ୍ଳା ପକ୍ଷ ଚତୁର୍ଦ୍ଦଶୀ, ଶିବ ଚତୁର୍ଦଶୀ ଉପବାସ, ବିଶ୍ୱ କୁକୁର ଦିବସ

August 26, 2026 2K