*ଖବର ଆଜିର* ତାରିଖ ୨୪-୦୮-୨୦୨୬ ସୋମବାର ୧- ପୁରୀରେ ମହାପ୍ରଭୁଙ୍କ ସାତ ଦିନିଆ ଝୁଲଣ ଯାତ ଆରମ୍ଭ ହେଲା। ୨- ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାରରେ ଲାଗିବ ବ୍ରେକ୍, ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ଡିଜିଟାଲ ପ୍ରେସକ୍ରିପସନ୍ ବ୍ୟବସ୍ଥା। ୩- ନିଦ ହଜାଇଲାଣି ଅପମିଶ୍ରିତ ପନିର, ଛେନା: ମିଶୁଛି ମାରାତ୍ମକ ରସାୟନିୟକ ପଦାର୍ଥ, ଖଦା। ଭେଜାଲ ଛେନା ଉପରେ ଲଗାତର ଧରପଗଡ଼, ଭଲ ଛେନାର ଦର ବୃଦ୍ଧି। ୪- ଅପମିଶ୍ରିତ ପନିର ପରେ ଛତୁକୁ ଢଳିଲେଣି ଗ୍ରାହକ; ବଢ଼ିଲା ଚାହିଦା, ଚଢ଼ିଲା ଦର। ବଟମ୍ ଛତୁ କିଲୋ ପ୍ରତି ୨୨୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଛି। ୫- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, NH-55 ରାସ୍ତାର ତୁରନ୍ତ ମରାମତି ପାଇଁ କଲେ ଅନୁରୋଧ। ୬- ବଲାଙ୍ଗିରରେ ଫିଲ୍ମ ଷ୍ଟାଇଲରେ ଡକାୟତି: ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରି ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ୍। ୭- ବଲାଙ୍ଗୀର: ପୁରୁଣାକଟକ -ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ଅଘଟଣ, ବଗି ଛାଡି ଇଂଜିନ ଛୁ। ୮- ରାଉରକେଲା: ବ୍ରାଣ୍ଡେଡ୍ ଘଣ୍ଟା ନାଁରେ ଚାଲିଥିଲା ନକଲି କାରବାର! ଦାମୀ ବ୍ରାଣ୍ଡର ନକଲି ଘଣ୍ଟା ବିକ୍ରି ଅଭିଯୋଗରେ ଚାରି ଗିରଫ। ୯- ଭୁବନେଶ୍ୱର: ସହରରୁ କମୁନି ଭିକ୍ଷା ବୃତ୍ତି, ଟ୍ରାଫିକ ଛକରୁ କିନ୍ନରଙ୍କୁ ଘଉଡାଇଲା ପୋଲିସ। ୧୦- କଳାହାଣ୍ଡିରେ ଇନ୍ଦ୍ରଦେବଙ୍କ କୋପ, ୨୪ ଘଣ୍ଟାରେ ହେଲାଣି ୧୦୨୩ ମିମି ବର୍ଷା। ହାତୀ ନଦୀ, ମୁଡ୍ରା ନଦୀ ଓ କମଳ ନଦୀରେ ବଢ଼ିଲାଣି ଜଳସ୍ତର। ୧୧- ଓଡ଼ିଶା ଉପକୂଳରେ ପାନାମା ପତାକା ବହନକାରୀ ମାଲବାହୀ ଜାହାଜ ବୁଡ଼ିବା ଦୁର୍ଭାଗ୍ୟଜନକ: ସର୍ବାନନ୍ଦ ସୋନୱାଲ। ୧୨- ଗଂଜାମ ବ୍ରହ୍ମପୁର ବଉଳାଝୋଲି କେନାଲ ରାସ୍ତାରେ ରାଜପଥରେ ଲୁଟୁଥିଲା ବେଳେ ପୋଲିସ ହାବୁଡ଼ରେ ପଡ଼ିଲେ ୫ ଲୁଟେରା ଗ୍ୟାଙ୍ଗ। ୧୩- କେନ୍ଦୁଝରରେ ଚାଞ୍ଚଲ୍ୟ: ଘୁଟୁରୁରେ ଅର୍ଚ୍ଚନା ଟ୍ରେଡର୍ସ ଶୋରୁମ୍ ଭିତରୁ ମାଲିକାଣୀ ଅର୍ଚ୍ଚନା ପରିଡ଼ାଙ୍କ ମୃତଦେହ ଉଦ୍ଧାର। ସ୍ୱାମୀଙ୍କୁ ପଚରା ଉଚରା। ୧୪- ସମ୍ବଲପୁର ଜିଲ୍ଲାରେ ହଜିଯାଇଥିବା ଏବଂ ଚୋରି ହୋଇଥିବା ମୋବାଇଲ ଫୋନଗୁଡ଼ିକୁ ଉଦ୍ଧାର କରି ପୋଲିସ୍ ଫେରାଇ ଦେଲା। ୧୫- ଟ୍ରେନ୍ରେ ସୁଟକେସ୍ରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ଓଡ଼ିଆ ଦମ୍ପତିଙ୍କ ସମ୍ପୃକ୍ତି ସନ୍ଦେହ। ତାମିଲନାଡୁ ପୋଲିସ୍ ର ଓଡ଼ିଶାରେ ତନାଘନା ଆରମ୍ଭ । ୧୬- ନୟାଗଡ଼, ବେଣ୍ଟ ଜଙ୍ଗଲରୁ ମିଳିଥିବା ନର କଙ୍କାଳର ପରିଚୟକୁ ନେଇ ବିବାଦ, ଡିଏନଏ ପରୀକ୍ଷା ପାଇଁ ସଂଗ୍ରହ ହେଲା ରକ୍ତ ନମୂନା। ୧୭- ଅନୁଗୁଳ: ଜମି ମାଫିଆ ଗିଳିଦେଲେ ଗୋଚର ଜମି, ଜବରଦଖଲରେ ୫ଶହ କୋଟି ଟଙ୍କାର ସମ୍ପତ୍ତି। ୧୮- ଭୁବନେଶ୍ୱର: ୨୦୧୫ ରେ ଖାଇବା ଟଙ୍କା ବିବାଦକୁ ନେଇ ହୋଟେଲରେ ଗ୍ରାହକଙ୍କୁ ପିଟିପିଟି ହତ୍ୟା ମାମଲା: ମାଲିକ ଓ ଦୁଇ ପୁଅଙ୍କୁ ୭ ବର୍ଷା ସଶ୍ରମ କାରାଦଣ୍ଡ, ୨୦ ହଜାର ଜୋରିମାନା। ୧୯- ମଦ ଦୁର୍ନୀତି ମାମଲାରେ ଇଡି ଦ୍ବାରା ପୂର୍ବତନ ଆନ୍ଧ୍ର ମନ୍ତ୍ରୀ ନାଗେଶ୍ବର ରାଓ ଗିରଫ। ୨୦- ବାଂଲାଦେଶରେ ବର୍ବରତା, ହିନ୍ଦୁ ଶିକ୍ଷକଙ୍କ ସମେତ ପରିବାରର ୪ ଜଣଙ୍କୁ ହତ୍ୟା। ୨୧- ପିଓକେକୁ ନର୍କ କରିଛି ପାକିସ୍ତାନ ବୋଲି ଜାତିସଂଘକୁ ଚିଠି ଲେଖିଲେ ବ୍ରିଟେନ ସାଂସଦ। ୨୨- ନ୍ୟୁୟର୍କରେ ପିଜା ଡେଲିଭରି କରୁଥିବା ପଞ୍ଜାବୀ ଯୁବକଙ୍କୁ ଗୁଳି, ୨୮ ବର୍ଷୀୟ ଗୁରଦୀପ ସିଂହଙ୍କ ମୃତ୍ୟୁ। ୨୩- ଆମେରିକା ଜାକସନ ସହରରେ ଲୁଟ୍ ବେଳେ ଭାରତୀୟ ଦୋକାନ ମାଲିକଙ୍କୁ ଗୁଳି, ୧୯ ବର୍ଷୀୟ ଝିଅ ସାମ୍ନାରେ ବାପାର ମୃତ୍ୟୁ। ୨୪- କାନାଡା ଓ ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ। ଆମେରିକା ଉପରେ ପାଲଟା ୫୦% ଶୁଳ୍କ ଲଗାଇଲା କାନାଡା। ୨୫- ଇସଲାମାବାଦ: ପ୍ରତିରକ୍ଷା ଚୁକ୍ତି ଆଳରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ପାକିସ୍ତାନ। ୨୬- ବାଂଲାଦେଶରେ ଗ୍ୟାସ୍ ସଙ୍କଟ : ହାଣ୍ଡିଶାଳଠୁ ଆରମ୍ଭ କରି କଳ କାରଖାନା ସବୁଠି ପ୍ରଭାବିତ। ୨୭- କଲମ୍ବୋରେ ଦ୍ବିତୀୟ ତଥା ଅନ୍ତିମ ଟେଷ୍ଟରେ ପଡିକ୍କଲଙ୍କ ଶତକ; ପ୍ରଥମ ଦିନରେ ଭାରତର ସ୍ଥିତି ଦୃଢ଼, ବେହାଲ ହେଲା ଶ୍ରୀଲଙ୍କା। ୨୮- ୟୁଏସ୍ ଓପନ୍ ଟେନିସ ମିଶ୍ରିତ ଯୁଗଳରେ ଅଲ୍କାରାଜଙ୍କ ସହ ଖେଳିବେ ସେରେନା। ୨୯- ଅଷ୍ଟ୍ରେଲିଆ ଗସ୍ତରେ ପ୍ରଥମ ଟେଷ୍ଟ୍ ଜିତିଥିବା ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍ରେ ଶୋଚନୀୟ ଭାବେ ପରାଜିତ। ଆଜି ଆଷାଢ଼ ମାସ ଶୁକ୍ଳା ପକ୍ଷ ଦ୍ୱାଦଶୀ,
ଖବର ଆଜିର* ତାରିଖ ୨୪-୦୮-୨୦୨୬ ସୋମବାର ୧- ପୁରୀରେ ମହାପ୍ରଭୁଙ୍କ ସାତ ଦିନିଆ… — Technical Parme — TG.ME
August 24, 2026 2K