ଖବର ଆଜିର* ତାରିଖ ୨୩-୦୮-୨୦୨୬ ରବିବାର ୧- ବନ୍ୟାଞ୍ଚଳରେ ମହାମାରୀ ଓ ରୋଗ ଭୟ: ୪… — Technical Parme — TG.ME

*ଖବର ଆଜିର* ତାରିଖ ୨୩-୦୮-୨୦୨୬ ରବିବାର ୧- ବନ୍ୟାଞ୍ଚଳରେ ମହାମାରୀ ଓ ରୋଗ ଭୟ: ୪ ଜିଲ୍ଲାରେ ୪ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦିଆଗଲା ଦାୟିତ୍ୱ। ୨- ଭଦ୍ରକରୁ ବାଲେଶ୍ବର, ପୁଣି ଯାଜପୁରରୁ କେନ୍ଦ୍ରାପଡା। ପାଣି ଛାଡ଼ୁଛି...କାଦୁଅ ଶୁଖୁଛି...ଆଉ ଧୀରେ ଧୀରେ ଜୀବନ ଫେରୁଛି। ବତୁରା କାନ୍ଥ, ଓଦା ଚୁଲି ସାଙ୍ଗକୁ ସାପ, କୁମ୍ଭୀର ଭୟ ଜୀବନକୁ ଅଣନିଶ୍ବାସୀ କରିପକାଇଛି। ୩- କଟକ: ଜଷ୍ଟିସ ଦୀପକ ମିଶ୍ର ପାଇବେ ଚଳିତ ବର୍ଷର ମର୍ଯ୍ୟାଦାଜନକ 'କଳିଙ୍ଗ ରତ୍ନ' ସମ୍ମାନ। ୪- କଟକ: ୨୯ରୁ ଉତ୍କଳ ସାହିତ୍ୟ ସମାଜର ସମାବର୍ତ୍ତନ ଉତ୍ସବ: ଶ୍ୟାମାମଣି ଦେବୀ ପାଇବେ 'ଉତ୍କଳ ରତ୍ନ'। ୫- ପୁରୀ: ଝୁଲଣ ଯାତ୍ରା ପାଇଁ ସଜେଇ ହେଇଛି ଶ୍ରୀମନ୍ଦିର; ମଠ, ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣ। ୬- ୩୧ ଅଗଷ୍ଟ ରୁ  ସେପ୍ଟେମ୍ବର ୧: ରତ୍ନଭଣ୍ଡାରର ହେବ ଗଣତି, ଶ୍ରୀମନ୍ଦିର ପ୍ରଶାସନର ସୂଚନା। ୭- ସେପ୍ଟେମ୍ବର ମାସରେ ସୁଭଦ୍ରା ଟଙ୍କା ପାଇଁ, ଆଜି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଆଧାର କେନ୍ଦ୍ର ଏବଂ ଜନସେବା କେନ୍ଦ୍ରରେ ଆଧାର କାର୍ଡ ସଂଶୋଧନ ଓ ବ୍ୟାଙ୍କ ଲିଙ୍କ୍ ପାଇଁ ପ୍ରବଳ ଭିଡ଼। ୮- MMDR ଆକ୍ଟକୁ ନେଇ ତେଜିଲା ରାଜ୍ୟ ରାଜନୀତି, ସ୍ୱତନ୍ତ୍ର ଅଧିବେଶନ ସହ ବିରୋଧୀଙ୍କ ଆନ୍ଦୋଳନ ଚେତାବନୀ। ୯- ଭୁବନେଶ୍ୱର: ୟୁନିଟ୍ -୧ ହାଟରେ ପୁଣି ଅଗ୍ନିକାଣ୍ଡ, ଜଳିଗଲା ୨ ଦୋକାନ। ୧୦- ସରକାରଙ୍କ ସହ ଆଲୋଚନା ବିଫଳ, ସପ୍ତମ ଦିନରେ ଶିକ୍ଷକଙ୍କ ଅହୋରାତ୍ର ଧାରଣା ଜାରି। ୧୧- ବାରିପଦା: ମହଙ୍ଗା ପଡ଼ିଲା ପ୍ରେମ ଓ ପ୍ରତାରଣା, ଦୁଷ୍କର୍ମ ଅଭିଯୋଗରେ SI ଗିରଫ। ୧୨- ରାଉରକେଲା ପାନପୋଷ ସର୍କିଟ୍‌ ହାଉସ୍‌ରୁ ୪ ବନ୍ଧୁକ ଜବତ ମାମଲାରେ ବଢ଼ିଲା ତନାଘନା, ପୁଲିସ ଟାର୍ଗେଟରେ ଫେରାର ପ୍ରକାଶ ପାଶୱାନ। ୧୩- ଭୁବନେଶ୍ୱର: କ୍ଷମା ମାଗିବା ପରେ ବି ମିଳିଲାନି ଆଶ୍ୱସ୍ତି, ଜେଲ ଗଲେ ଦୀନବନ୍ଧୁ ନାୟକ। ୧୪- ବଲାଙ୍ଗୀର: ଖୋଲା କ୍ୟାମ୍ପରେ ଶୋଇଥିଲେ, ସାପ କାମୁଡାରେ କାକା-ପୁତୁରା ମୃତ। ୧୫- ଅନୁଗୁଳ: ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର। ୧୬- ପାର୍ବଣ ପୂର୍ବରୁ ରାଜ୍ୟ ପୁଲିସର ବଡ଼ ପ୍ରସ୍ତୁତି : ରାଜ୍ୟରେ ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ। ୧୭- ଆମ୍ରପାଲି: ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନାବାଳକ ଶ୍ରମିକ: ଡିପ୍‌ ବୋର୍‌ୱେଲ ପ୍ରକଳ୍ପ ଅଧା। ୧୮- ମୁମ୍ବାଇ: Toxicକୁ ନେଇ ଜବରଦସ୍ତ କ୍ରେଜ୍‌; ଆକାଶଛୁଆଁ ହେଲାଣି ଟିକେଟ୍‌ ମୂଲ୍ୟ ୧୯- ହିମାଚଳ ମନ୍ଦିରଗୁଡ଼ିକରେ ୩୦ ମାସରେ ବର୍ଷିଲେ ଲକ୍ଷ୍ମୀ, ଦାନ ଅର୍ଥ ୪୨୦ କୋଟି ପାର୍। ୨୦- ନୀତି ଆୟୋଗର ରିପୋର୍ଟରୁ ବଡ଼ ଖୁଲାସା: ଦେଶରେ ୮.୭ କୋଟି ଯୁବକ ନା ପଢୁଛନ୍ତି, ନା କରୁଛନ୍ତି ଚାକିରି। ୨୧- ନୂଆ ଦିଲ୍ଲୀ: ଭ୍ରମାତ୍ମକ ବିଜ୍ଞାପନ ଓ ମିଥ୍ୟା ଦାବି ଉପରେ କାର୍ଯ୍ୟାନୁଷ୍ଠାନ, ନେସଲେ, ପେପ୍ସିକୋ ସମେତ ବହୁ କମ୍ପାନୀଙ୍କୁ ନୋଟିସ। ୨୨- ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ: ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦକୁ ସମନ କରିବେ ଏନଆଇଏ କୋର୍ଟ। ୨୩- ମହାରାଷ୍ଟ୍ର: ଆତ୍ମହତ୍ୟା ପାଇଁ ପାହାଡ଼ ଧାରରେ ଠିଆ ହୋଇଥିଲେ ଯୁବକ, ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ବାପାଙ୍କ ଜୀବନ। ୨୪- ଓ୍ବାଶିଂଟନ୍: ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ! କାନାଡ଼ା ଉପରେ ୫୦% ଶୁକ୍ଳ ଲଗାଇଲା ଆମେରିକା। ୨୫- କ୍ରୋଏସିଆ: ସମୁଦ୍ର ଗର୍ଭରେ ବୁଡ଼ି ରହିଥିବା ଏକ ଜାହାଜରୁ ୧୩୦୦ ବର୍ଷ ପୁରୁଣା ଅମୂଲ୍ୟ ସୁନାର ବେଲ୍ଟ, ରୁବି, ପାନ୍ନା ଓ ମୋତି ଖଞ୍ଜା ହୋଇଥିବା ଅଳଙ୍କାର ଏବଂ ବହୁ ସଂଖ୍ୟାରେ ସୁନା ମୁଦ୍ରା ଉଦ୍ଧାର। ୨୬- କଳିଙ୍ଗରେ ବିଶ୍ବ ଦୌଡ଼ କୁଦ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍: ଶ୍ରୀଶଙ୍କର, ଆନସି, ରୋହିତଙ୍କୁ ସ୍ବର୍ଣ୍ଣ, ଶ୍ରାବଣୀଙ୍କୁ ରୌପ୍ୟ। ଆଜି ଆଷାଢ଼ ମାସ ଶୁକ୍ଳା ପକ୍ଷ ଏକାଦଶୀ, ପୁତ୍ରଦା ଏକାଦଶୀ, ଶ୍ରୀଜିଉଙ୍କ ପବିତ୍ରାଧିବାସ, ରବି ନାରାୟଣ ବ୍ରତ, ଜାତୀୟ ମହାକାଶ ଦିବସ (ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଦିବସ),

August 23, 2026 2K