*ଖବର ଆଜିର* ତାରିଖ ୨୨-୦୮-୨୦୨୬ ଶନିବାର ୧- ଓଡ଼ିଶାରେ ୨,୭୮୦ କୋଟି ଟଙ୍କାର ଶିଳ୍ପ ନିବେଶ: ଖୋଲିବ ୧୪ ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ, ମଞ୍ଜୁର ହେଲା ୧୪ଟି ପ୍ରକଳ୍ପ। ୨- ଭୁବନେଶ୍ୱର: ୭ ଜିଲ୍ଲାରେ ବନ୍ୟା ବିପତ୍ତି: ୧୩ ଲକ୍ଷରୁ ଅଧିକ ପ୍ରଭାବିତ, ଜୋରଦାର ହେଲା ରିଲିଫ୍ ଓ ରେସ୍କ୍ୟୁ କାର୍ଯ୍ୟ। ଆହୁରି ସପ୍ତାହେ ପ୍ରବଳ ବର୍ଷିବ। ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ୩- ଅଗଷ୍ଟ ୨୮, ରାଖୀ ପୂର୍ଣ୍ଣିମାରେ ସୁଭଦ୍ରା ୫ମ କିସ୍ତି ମିଳିବ। ୫,୧୬୦ କୋଟିରୁ ଅଧିକ ଟଙ୍କା ପାଇବେ ୧,୦୩,୨୬,୧୬୨ ହିତାଧିକାରୀ। ୪- ଇଓଡବ୍ଲୁ ଓ ଏସଟିଏଫ୍ ଆଇଜି ହେଲେ ହିମାଂଶୁ ଲାଲ, ସତ୍ୟବ୍ରତ ଭୋଇ ଗୁଇନ୍ଦା ଆଇଜି। ୫- ବଢ଼ିଲା ଜେଲ୍ କର୍ମଚାରୀ ଓ ଅଧିକାରୀମାନଙ୍କ ବାର୍ଷିକ ପୋଷାକ ଭତ୍ତା। ବର୍ଷକୁ ଅତିରିକ୍ତ ୯୬.୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୬- ବନ୍ୟାର ମାଡ଼ ଏବେ ରୋଷେଇ ଘରେ; ପରିବା ଦର ଦେଖି ଚିନ୍ତାରେ ଖାଉଟି, ବିନ୍ସ ସବୁଠାରୁ ମହଙ୍ଗା, ୧୬୦ରେ ହେଉଛି ବିକ୍ରି। ୭- ଭୁବନେଶ୍ୱର: ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ ଘଟଣା, ୪୦୦ ଅଟୋ ଜବତ ପରେ କ୍ଷମା ମାଗିଲା ସଂଘ। ୮- ରାଜଧାନୀରେ ହିଂସାତ୍ମକ ଆନ୍ଦୋଳନ: ଅଟୋ-ଟ୍ୟାକ୍ସି ଡ୍ରାଇଭର ସଂଘ ସଭାପତି ଦୀନବନ୍ଧୁ ନାୟକ ଗିରଫ। ୯- ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି: ଆଉ ନାହାନ୍ତି କିମ୍ବଦନ୍ତୀ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ; ୮୮ ବର୍ଷରେ ପରଲୋକ। ୧୦- ୨୦୨୬-୨୭ ଶିକ୍ଷାବର୍ଷ ପାଇଁ BAMS, PG ନାମ ଲେଖା: ପୁରୀ, ଗଞ୍ଜାମ ଓ ବଲାଙ୍ଗୀରରେ ଥିବା ଆୟୁର୍ବେଦ କଲେଜକୁ ମିଳିଲା ଅନୁମତି। ୧୧- ହୀରାକୁଦରେ କମୁଛି ଜଳସ୍ତର; ଆଉ ୪ ଗେଟ୍ ବନ୍ଦ, ୧୧ ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ୧୨- ମହାନଦୀ ଜଳ ବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି, ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୭ରେ। ୧୩- ବନ୍ୟା ପ୍ରଭାବିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା, ଆଜି ଭଦ୍ରକ ଜିଲ୍ଲାର ୧୩୯ଟି ସ୍କୁଲ ଛୁଟି। ୧୪- ନୂଆପଡା, ଖଡ଼ିଆଳ ବନଖଣ୍ଡର ବଡ ସଫଳତା: ୭ କେଜି ବଜ୍ରକପ୍ତା ଉଦ୍ଧାର, ୩ ଚୋରା ଚାଲାଣକାରୀ ଗିରଫ। ୧୫- କଟକ, ଜଗତପୁରରେ ୧୨୭ ଗ୍ରାମ ହେରୋଇନ ଜବତ, ଟିଣପିଟା ସାହିର ଏସ୍.କେ. ଇସ୍ମାଇଲ (୨୮) ଗିରଫ। ୧୬- ହାଇଦ୍ରାବାଦ ହିଟ୍ ଆଣ୍ଡ ରନ୍: ଧନୀ ସାଂସଦଙ୍କ ପୁଅର ଦାମୀ କାର ଧକ୍କାରେ ଚାଲିଗଲା ଗରିବ ଓଡ଼ିଆ ଝିଅଙ୍କ ଜୀବନ। ୧୭- ଅନୁଗୋଳ: ଜନବସତି ମୁହାଁ ହାତୀପଲ, ଆତଙ୍କରେ ସରଧାପୁରବାସୀ। ୧୮- ଷ୍ଟାର୍ ଏୟାରର ଫ୍ଲାଇଟ୍ ବନ୍ଦ ନିଷ୍ପତ୍ତିରେ ପରିବର୍ତ୍ତନ, ପୁଣି ଯୋଡ଼ିହେବ ଭୁବନେଶ୍ୱର-ହାଇଦ୍ରାବାଦ ରୁଟ୍। ୧୯- ପନିର ଖାଉଥିଲେ ସାବଧାନ। ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ସମ୍ବଲପୁର ଅଞ୍ଚଳରେ ଚଢ଼ାଉ, ବିଷାକ୍ତ ପନିର ଜବତ। ୨୦- ଦେଶପାଇଁ ଫାଶୀରେ ଝୁଲିଥିଲେ ଲକ୍ଷ୍ମଣ ନାୟକ। ଭୁଲିଗଲା ପ୍ରଶାସନ, ସରକାରୀ ଭାବେ ପାଳନ ହେଲାନି ମାଥିଲି ଗୁଳିକାଣ୍ଡ ଦିବସ। ୨୧- ରାଜଧାନୀ ପାଖରେ ୫୦୦ କୋଟି ଟଙ୍କାର କାରଖାନା କରିବ ହଲ୍ଦୀରାମ ସ୍ନାକ୍ସ ଫୁଡ୍ ଲିମିଟେଡ୍। ଢେଙ୍କାନାଳରେ ସାହାନା କ୍ଲଥିଂ ୨୫୧.୪୫ କୋଟି ଟଙ୍କାରେ ଏକ ରେଡିମେଡ୍ ପୋଷାକ କାରଖାନା କରିବ। ୨୨- ବଲାଙ୍ଗୀରରେ ପ୍ରତିମା ଏଗ୍ରୋ ସ୍ପିନିଂ ମିଲ୍ ୧୨୫ କୋଟି ଟଙ୍କାରେ ଏକ ପୋଷାକ ପ୍ରକ୍ରିୟାକରଣ ପ୍ରକଳ୍ପ କରିବ।ଖୋର୍ଦ୍ଧାରେ ସିର୍ମା ଏସ୍ଜିଏସ୍ ଟେକ୍ନୋଲୋଜି ୩୦୦ କୋଟି ଟଙ୍କାରେ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଓ ବକ୍ସ କାରଖାନା କରିବ। ୨୩- କଟକରେ ତିୱାନା ନ୍ୟୁଟ୍ରିସନ୍ ଗ୍ଲୋବାଲ୍ ୧୪୦ କୋଟି ଟଙ୍କାରେ ପଶୁ ଆହାର କାରଖାନା ବସାଇବ। ୨୪- ଭଦ୍ରକ ତିହିଡିରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ, ୨ ଗିରଫ। ୨୫- ବ୍ରହ୍ମପୁରରେ ଗିରିଜା ହୋଟେଲକୁ ୧୨ ହଜାର ଟଙ୍କାର ଜରିମାନା, ରଖିଥିଲା ବାସି ଖାଦ୍ୟ ଓ ନକଲି ପନିର। ୨୬- ଆପଣଙ୍କ ନାଁରେ କେତୋଟି ସିମ୍ ଅଛି ? ଅଗଷ୍ଟ ୨୪ରୁ ହେବ କଡ଼ାକଡ଼ି ଯାଞ୍ଚ। ୯ ରୁ ଅଧିକ ସିମ ଥିଲେ ହେବ କାର୍ଯ୍ୟାନୁଷ୍ଠାନ। ୨୭- ଜାତି ଭିତ୍ତିକ ସଂରକ୍ଷଣ ବିରୋଧରେ ଜନ୍ତର ମନ୍ତରରେ ପ୍ରବଳ ଆନ୍ଦୋଳନ, ପ୍ରଦର୍ଶନକାରୀଙ୍କୁ ଉଠାଇ ନେଲା ପୋଲିସ। ୨୮- ବିଚାରପତି ପାଇଁ ୩ ନୁହେଁ ୧ ବର୍ଷର ଓକିଲାତି ଅଭ୍ୟାସ ଆବଶ୍ୟକ: ରାୟ ବଦଳାଇଲେ ସୁପ୍ରିମକୋର୍ଟ। ୨୯- ଦ୍ୱିତୀୟ ବିବାହ କଲେ ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ: ଗାବ୍ରିଏଲାଙ୍କ ପ୍ରେମରେ ଦିୱାନା ହୋଇଯାଇଥିଲେ ଡ୍ୟାସିଂ ଷ୍ଟାର୍। ୩୦- ଚିନି ଦରରେ ଅହେତୁକ ବୃଦ୍ଧିର କାରଣ ଇଥାନଲ ନୁହେଁ ବୋଲି ସଫେଇ ଦେଲେ କେନ୍ଦ୍ର ସରକାର। ୩୧- ଝାଡ଼ଖଣ୍ଡରେ ବିଭିନ୍ନ ପରୀକ୍ଷା ବାତିଲ କରିବା ପରେ, ଏବେ ସଫଳ ହୋଇଥିବା ପରୀକ୍ଷାର୍ଥୀମାନେ ବିକ୍ଷୋଭ ଆରମ୍ଭ କଲେ। ୩୨- ରାଜସ୍ଥାନ ଜୟପୁରରେ କକ୍ରୋଚ ଜନତା ଟିମ୍କୁ ଗୋଡେଇ ଗୋଡେଇ ପିଟିଲେ ଗ୍ରାମବାସୀ। ୩୩- ମ୍ୟାମାରର ବୌଦ୍ଧ ମଠରେ ଯୁଦ୍ଧ ବିମାନର ଆକ୍ରମଣ, ଧ୍ୟାନ ଶିବିରରେ ଥିବା ୧୪ ଜଣଙ୍କ ମୃତ୍ୟୁ। ୩୪- ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣରେ ୭ ମୃତ, ୩ ଆହତ। ୩୬- ବିଡବ୍ଲ୍ୟୁଏଫ୍ ବିଶ୍ବ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସେମିଫାଇନାଲ୍ରେ ପ୍ରବେଶ କରି ପଦକ ପକ୍କା କଲେ ଭାରତୀୟ ତ୍ରିଶା ଓ ଗାୟତ୍ରୀ। ୩୬- ଏଫ୍ଆଇଏଚ୍ ହକି ବିଶ୍ବକପ୍ରେ ଆଯୁ ନେଦରଲାଣ୍ଡ୍ସକୁ ଭେଟିବ ଭାରତ। ଆଜି ଆଷାଢ଼ ମାସ ଶୁକ୍ଳା ପକ୍ଷ ଦଶମୀ, ମାଡ୍ରାସ ସ୍ଥାପନ ଦିବସ,
ଖବର ଆଜିର* ତାରିଖ ୨୨-୦୮-୨୦୨୬ ଶନିବାର ୧- ଓଡ଼ିଶାରେ ୨,୭୮୦ କୋଟି ଟଙ୍କାର ଶିଳ୍ପ… — Technical Parme — TG.ME
August 22, 2026 2.1K