ଖବର ଆଜିର* ତାରିଖ ୨୧-୦୮-୨୦୨୬ ଶୁକ୍ରବାର ୧- ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା… — Technical Parme — TG.ME

*ଖବର ଆଜିର* ତାରିଖ ୨୧-୦୮-୨୦୨୬ ଶୁକ୍ରବାର ୧- ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ଆବେଦନ ଅଗଷ୍ଟ ୩୧ ଯାଏଁ ବଢ଼ିଲା, ୫ ଏକର ପର୍ଯ୍ୟନ୍ତ ମାଗଣା ବୀମା। ୨- ଭୁବନେଶ୍ୱର: ବିଏଡ୍, ଏମଏଡ୍ ବିଏଚଏଡ୍ ନାମଲେଖା ପାଇଁ ୮୨୮ ଜଣ ମନୋନୀତ। ୩- ରାଜ୍ୟରେ ସମସ୍ତ ବ୍ୟାଟେରୀ ଚାଳିତ ଗାଡି, ମେଥାନଲ୍ ଏବଂ ଇଥାନଲ୍ ଇନ୍ଧନ ଚାଳିତ ପରିବହନ ଯାନଗୁଡ଼ିକୁ ପରମିଟ୍ ଫି’ ଛାଡ଼ କରାଯିବ। ୪- ଭୁବନେଶ୍ୱର: ପଞ୍ଚମ ଦିନରେ ଅହୋରାତ୍ର ଧାରଣା, ରାଜ ରାସ୍ତାରେ ଶିକ୍ଷକ ଓ କର୍ମଚାରୀ। ୫- ବନ୍ୟା ଯୋଗୁଁ ରାଜ୍ୟର ୬ଟି ଜିଲ୍ଲାର ୩୪ଟି ବ୍ଲକ ପ୍ରଭାବିତ, ୧୨ ଲକ୍ଷ ୮୭ ହଜାର ଲୋକ ବନ୍ୟା ପ୍ରଭାବରେ ଅଛନ୍ତି:  ବନ୍ୟା ପ୍ରଭାବିତ ୪ ଜିଲ୍ଲାକୁ ମିଳିବ ଅତିରିକ୍ତ ଚାଉଳ। ୬- ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍‌। ୭- ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ନିକଟରେ ପୁରୀ ସହରବାସୀଙ୍କ ଧାରଣା, ଏକ ସ୍ଥାୟୀ ଓ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା ଦାବି। ୮- ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଗିରଫ, ଅଟୋ ଚାଳକଙ୍କ ଭଙ୍ଗାରୁଜା ପରେ ପ୍ରାୟ ୪୦୦ଟି ଅଟୋ ଜବତ, ପରମିଟ୍ ହେବ ବାତିଲ। ୯- ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତକୁ ସରକାରଙ୍କ ୩ କୋଟି ପ୍ଲାନ୍। ୧୦- ମାଷ୍ଟରକ୍ୟାଣ୍ଟିନରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା ଅଟୋ ଷ୍ଟାଣ୍ଡ। ୧୧- ଚିନି ଦରରେ ଲାଗିଲା ନିଆଁ, ମାସକରେ ଚିନି ଦର ବଢି ୨୦ ଟଙ୍କା ମହଙ୍ଗା। ୧୨- କଟକ: ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ଓଡ଼ିଶା ଟି୨୦ ଲିଗ୍। ୧୩- ଭଦ୍ରକ: ବନ୍ୟା ପାଇଁ ଆଜି ବନ୍ଦ ରହିବ ୨୦୫ ବିଦ୍ୟାଳୟ ଓ ୨୬୫ଟି ଅଙ୍ଗନବାଡ଼ି କେନ୍ଦ୍ର। ୧୪- ଭୁବନେଶ୍ୱର: ସହରରେ ଯେଉଁ କ୍ଷତି ହୋଇଛି ଭରଣା କରିବେ ଅଟୋ ଚାଳକ, ଭଙ୍ଗାଯିବ ବେଆଇନ ଅଟୋ ଷ୍ଟାଣ୍ଡ। ୧୫- ହୀରାକୁଦରେ ବଢ଼ିଲା ବନ୍ୟାଜଳ, ମୋଟ୍ ୧୭ଟି ସ୍ଲୁଇସ୍ ଗେଟ୍ ଜରିଆରେ ବନ୍ୟାଜଳ ହେଉଛି ନିଷ୍କାସନ। ୧୬- କ୍ରିପ୍ଟୋ ନିବେଶ ନାଁରେ ୨୦୦ କୋଟିର ମହାଠକେଇ;  ଜଗତସିଂହପୁରରୁ ‘Yes World’ର ମାଷ୍ଟରମାଇଣ୍ଡ ଚିତ୍ତ ରଞ୍ଜନ ମହାନ୍ତି ଗିରଫ। ୧୭- ରାଜ୍ୟରେ ୩ କୋଟି ୯ଲକ୍ଷ ୭୧ ହଜାର ଯୋଗ୍ୟ ଭୋଟର୍‌ ଚୂଡ଼ାନ୍ତ ତାଲିକାରେ ସାମିଲ। ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୧୮- ମୋଦୀଜୀଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫,୦୦୦ କୋଟିରୁ ବୃଦ୍ଧି ପାଇ ୫୦,୦୦୦ କୋଟିରେ ପହଞ୍ଚିଛି: ଧର୍ମେନ୍ଦ୍ର ପ୍ରଧାନ। ୧୯- ରାଖୀ ପୂର୍ଣ୍ଣିମାକୁ ନେଇ ଦ୍ବନ୍ଦ୍ବ ଦୂର। ୨୭ରେ ଲୋକେ ପାଳିବେ, ୨୮ରେ ଶ୍ରୀମନ୍ଦିରରେ ପାଳନ ହେବ। ୨୦- ପ୍ରତି ପଞ୍ଚାୟତକୁ ବର୍ଷକୁ ୩କୋଟି ଯାଏଁ ମିଳିବ। ‘ଗ୍ରାମ ସମ୍ପଦ’ରେ ହେବ ଗାଁର ବିକାଶ, କହିଲେ ସରକାର। ୨୧- ଓଡ଼ିଶାରେ ବଢ଼ିଲା ଶହେ ଏମ୍‌ବିବିଏସ୍‌ ସିଟ୍‌। ଭିମ୍‌ସାର ଓ ଡ୍ରିମ୍‌ସର ୫୦ ଲେଖାଏ ସିଟ୍‌ ବୃଦ୍ଧି। ୨୨- ବଲାଙ୍ଗିର ଜିଲ୍ଲା ଦେଓଗାଁରେ ନରବଳି। ଘରୁ ମୁଣ୍ଡ, ବିଲ ପାଣି ଭିତରୁ ଶବ ଉଦ୍ଧାର। ୨୩- ସୀମାନ୍ତ ଅଞ୍ଚଳରେ ନାଗରିକତା ଦେବା କ୍ଷମତା ଜିଲ୍ଲାପାଳଙ୍କୁ ଦେଲେ କେନ୍ଦ୍ର ସରକାର। ୨୪- ସିବିଏସ୍‌ଇର ତିନି-ଭାଷା ନୀତିର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ। ୨୫- ଭାରତ-ଜାପାନ ପ୍ରତିରକ୍ଷା ସହଯୋଗକୁ ନୂଆ ରଫ୍ତାର,  ସାମୁଦ୍ରିକ ସୁରକ୍ଷାରୁ ନେଇ ଡିଫେନ୍ସ ଟେକ୍ନୋଲୋଜି ପର୍ଯ୍ୟନ୍ତ ସହମତି ମିଳିଛି। ୨୬- ଲିଭ୍-ଇନ୍ ସମ୍ପର୍କ ବିବାହ ସହିତ ସମାନ, ହସ୍ତକ୍ଷେପ କରିପାରିବ ନାହିଁ ପରିବାର:ଦିଲ୍ଲୀ ହାଇକୋର୍ଟ। ୨୭- ଜନ୍ତରମନ୍ତର ଛାତ୍ର ଆନ୍ଦୋଳନ ମାମଲା: ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କଲେ ସୁପ୍ରିମକୋର୍ଟ। ୨୮- ହେମନ୍ତ ସୋରେନ୍‌ ସରକାରଙ୍କୁ ଶକ୍ତ ଝଟକା, JPSC ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରହିତାଦେଶ। ୨୯- ମୁମ୍ବାଇ: ଖୋଲାରେ ବିକ୍ରି ହେବନି ଖାଇବା ତେଲ, FDA ଲଗାଇଲା ବ୍ୟାନ୍। ୩୦- ହର୍ମୁଜରେ ଆମେରିକାର ଗୁପ୍ତ କରିଡର: ଦୈନିକ ଅତିକ୍ରମ କରୁଛି ୨୦ ତୈଳ ଟ୍ୟାଙ୍କର। ୩୧- ବାଂଲାଦେଶର ନୂଆ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ ଇସଲାମ ଆଲମଗିର। ୩୨- ସୋମାଲିଆ ଉପକୂଳରେ ତୁର୍କୀର ଅସ୍ତ୍ର ନେଇ ଯାଉଥିବା ଜାହାଜ ଅପହୃତ, ୬ ଭାରତୀୟ ନାବିକ ଥିଲେ। ୩୩- ଆମେରିକାରେ ମେଲାନୋମା ଚିକିତ୍ସାରେ ନୂଆ ଆଶା, ମଡର୍ନା-ମର୍କର କ୍ୟାନ୍‌ସର ଟିକା ପରୀକ୍ଷଣରେ ସଫଳତା। ୩୪- ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ପୂରା ଶକ୍ତିଶାଳୀ ହୋଇନି, ତଥାପି ବିଶ୍ୱ ଉପରେ ଭୟଙ୍କର ପ୍ରଭାବ ଆରମ୍ଭ। ୩୫- ଭାରତୀୟ ଆଥଲେଟ୍ ସ୍ୱପ୍ନା ବର୍ମନ୍‌ଙ୍କୁ ଜାତୀୟ ଡୋପିଂ ନିରୋଧୀ ଏଜେନ୍ସି ସାମୟିକ ଭାବେ ନିଲମ୍ବନ କରିଛି। ୩୬- ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌ ରେ ଇଂଲଣ୍ଡକୁ ହରାଇ ଦ୍ବିତୀୟ ରାଉଣ୍ଡ୍‌ରେ ଭାରତୀୟ ମହିଳା। ଦ୍ବିତୀୟ ରାଉଣ୍ଡରେ ଭାରତ, ଆଜି ନେଦରଲାଣ୍ଡ ସହ ହେବ ମୁକାବିଲା। ୩୭- ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ବିଶ୍ବ ବ୍ୟାଡ୍‌ମିଣ୍ଟନର କ୍ବାର୍ଟରଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଆଜି ଆଷାଢ଼ ମାସ ଶୁକ୍ଳା ପକ୍ଷ ନବମୀ, ବିଶ୍ୱ ବରିଷ୍ଠ ନାଗରିକ ଦିବସ

August 21, 2026 2.2K