*ଖବର ଆଜିର* ତାରିଖ ୧୯-୦୮-୨୦୨୬ ବୁଧବାର ୧- ଭୁବନେଶ୍ୱର: ବିଦେଶରେ ପାଠ ପଢ଼ିବାକୁ ଓଡ଼ିଶା ସରକାର ଦେବେ ଟଙ୍କା; SC-ST ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ଲକ୍ଷ ଯାଏଁ ସହାୟତା, ଆଜିଠୁ ୩୧ ତାରିଖ ଯାଏଁ ରହିଛି ଆବେଦନ ଅବଧି। ୨- ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ୍ : ହାଇକୋର୍ଟରେ ନିଯୁକ୍ତ ହେବେ ୪ ବିଚାରପତି। ୩- OES ନିଯୁକ୍ତି ପରୀକ୍ଷା ପାଇଁ ଢାଞ୍ଚା ଜାରି; ଦୁଇଟି ପର୍ଯ୍ୟାୟରେ ୬୭୫ ମାର୍କର ହେବ ପରୀକ୍ଷା। ୪- ଭୁବନେଶ୍ୱର: ପିଜି ନାମଲେଖା ଦ୍ଵିତୀୟ ମେଧା ତାଲିକା ପ୍ରକାଶ: ପ୍ରଥମ ରାଉଣ୍ଡରେ ଚୟନ ୬୦% ନାମଲେଖାଇଲେ ନାହିଁ। ୫- ସମ୍ବଲପୁର: ୧୫ ଗେଟ୍ ଖୋଲା, ହୀରାକୁଦରୁ ବିପୁଳ ପାଣି ନିଷ୍କାସନ; ମହାନଦୀରେ ତେଜ ହେଲା ଜଳପ୍ରବାହ। ୬- ଭୁବନେଶ୍ୱର: ବନ୍ୟା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ହଜାରେ କୋଟିର ପ୍ୟାକେଜ୍, ଚାଷୀଙ୍କୁ ମିଳିବ ହେକ୍ଟର ପିଛା ୨୨,୫୦୦ ଟଙ୍କା। ୭- ରୁଫଟପ୍ ସୋଲାର କ୍ଷେତ୍ରରେ ଓଡ଼ିଶାର ବଡ଼ ସଫଳତା। ଦେଶରେ ୧୩ତମ ସ୍ଥାନରୁ ଉଠି ୭ମ ସ୍ଥାନରେ ପହଞ୍ଚିଛି ଓଡ଼ିଶା। ୮- ପଶ୍ଚିମ ଓଡ଼ିଶାକୁ ବଡ଼ ଝଟକା; ଅକ୍ଟୋବର ୨୪ ଯାଏଁ ଝାରସୁଗୁଡ଼ା-ଭୁବନେଶ୍ୱର ଫ୍ଲାଇଟ୍ ବନ୍ଦ, ଯାତ୍ରୀଙ୍କ ଚିନ୍ତା ବଢ଼ିଲା। ୯- ଓଡ଼ିଶାରେ ସକ୍ରିୟ ଲଘୁଚାପ, ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ ଜାରି। ୧୦- ଅଗଷ୍ଟ ୨୮ରେ ପରଦାକୁ ଆସିବ ‘ମହାପ୍ରଭୁ ଜଗନ୍ନାଥ’; ସୁପ୍ରିମକୋର୍ଟରୁ ମିଳିଲା ଗ୍ରୀନ୍ ସିଗନାଲ, ଦେଶବ୍ୟାପୀ ହେବ ରିଲିଜ୍। ୧୧- ୨୪ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଅନଲାଇନ୍ ପଞ୍ଜୀକରଣ ଆଜିଠୁ। ୧୨- ଲକ୍ଷ୍ମୀପୁର: ଭୂମିକମ୍ପରେ ଥରିଲା କୋରାପୁଟ, ଭୟରେ ଘରୁ ବାହାରି ଆସିଲେ ଲୋକେ। ୧୩- ଜୟପୁର: ଆଠ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଝରାପାଲି ସର୍କଲର ଆରଆଇ। ୧୪- ମାଲକାନଗିରି: ଦେଢ଼ କୋଟିର ଗଞ୍ଜେଇ ଜବତ, ୨ ଆନ୍ତଃରାଜ୍ୟ ତସ୍କର ଗିରଫ। ୧୫- ନିମ୍ନମାନର ଖାଦ୍ୟ ପାଇଁ ସିଡିଏ-୬ରେ ଥିବା ୨ଟି ହୋଟେଲ୍ ସିଲ୍। ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କେ.ଏମ.ସି. ପକ୍ଷରୁ ସ୍ୱାସ୍ଥ୍ୟ ଓ ଖାଦ୍ୟ ଯାଞ୍ଚ ଅଭିଯାନ ଜାରି। ୧୬- ବାଲେଶ୍ୱର, ପାଟପୁର ଗାଁ: ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମତ୍ତ କାଣ୍ଡ! ଯୁବତୀଙ୍କ ଘରେ ପଶି କଲା ରକ୍ତାକ୍ତ ଆକ୍ରମଣ। ୧୭- ନୂଆ ଦିଲ୍ଲୀ: ଘୋଷଣା ହେଲା ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫; ୧୭ କ୍ରୀଡ଼ାବିତ୍ଙ୍କୁ ଅର୍ଜୁନ ପୁରସ୍କାର, ୫ ପ୍ରଶିକ୍ଷକଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ସମ୍ମାନ। ୧୮- ଚେନ୍ନାଇ: ମହିଳାଙ୍କୁ ଥଲାପତିଙ୍କ ବଡ଼ ଉପହାର, ତୃତୀୟ ସନ୍ତାନ ଜନ୍ମ ଉପରେ ବି ମିଳିବ ୩୬୫ ଦିନର ମାତୃତ୍ଵ ଅବକାଶ। ୧୯- ଗାଲେ: ବିଜୟ ଠାରୁ ୬ ଓ୍ବିକେଟ୍ ଦୂରରେ ଭାରତ, ଶ୍ରୀଲଙ୍କାକୁ ବର୍ଷା ଭରସା। ୨୦- ଦିଲ୍ଲୀ ଜଳ ବୋର୍ଡ ଟେଣ୍ଡର ଦୁର୍ନୀତି ଅଭିଯୋଗ: ସତ୍ୟେନ୍ଦ୍ର ଜୈନଙ୍କ ସମେତ ୬ ଗିରଫ। ୨୧- କାବୁଲରେ ଏକ ସ୍କୁଲ ନିକଟରେ ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣ: ୫୦ରୁ ଅଧିକ ଶିଶୁ ଆହତ। ୨୨- ମହିଳା ହକି ବିଶ୍ୱକପରେ ଭାରତ ଭାଙ୍ଗିଲା ୫୨ ବର୍ଷ ପୁରୁଣା ରେକର୍ଡ, ଦକ୍ଷିଣ ଆଫ୍ରିକାକୁ ୬-୧ରେ ହରାଇ ହାସଲ କଲା ସବୁଠାରୁ ବଡ଼ ବିଜୟ। ଆଜି ଆଷାଢ଼ ମାସ ଶୁକ୍ଳା ପକ୍ଷ ସପ୍ତମୀ,
ଖବର ଆଜିର* ତାରିଖ ୧୯-୦୮-୨୦୨୬ ବୁଧବାର ୧- ଭୁବନେଶ୍ୱର: ବିଦେଶରେ ପାଠ ପଢ଼ିବାକୁ… — Technical Parme — TG.ME
August 19, 2026 2.4K