ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଙ୍ଗ୍ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ… — Creative Educational Idea — TG.ME

📍📌ରାଜ୍ୟ ସରକାରୀ ମେଡିକାଲ ଓ ଇଞ୍ଜିନିଅରିଙ୍ଗ୍ କଲେଜରେ ଆଡମିଶନ୍ ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ମେଧାବୀ ଗରିବ ଛାତ୍ରଛାତ୍ରୀମାନେ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବା ସତ୍ୱେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। କିନ୍ତୁ, ଆଡମିଶନ୍ ବେଳେ ଅର୍ଥ ଜମା କରିବା ପାଇଁ ସେମାନଙ୍କ ପାଖରେ ସମ୍ୱଳ ନଥାଏ। ଏଭଳି ଅନେକ ସମ୍ୱାଦ ନିୟମିତ ଗଣମାଧ୍ୟମରେ ପ୍ରକାଶ ପାଉଛି।

📢ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ୍ ସମୟରେ ଏବଂ ଆଡମିଶନ୍‌ର ୬ ମାସ ପର୍ଯ୍ୟନ୍ତ କୌଣସି ଫି ଜମା କରିବାକୁ ପଡ଼ିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି।

✍️ଏହି ଛାତ୍ରଛାତ୍ରୀମାନେ ସାଧାରଣତଃ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ବିଭିନ୍ନ ବୃତ୍ତି ପାଇଥାନ୍ତି। ତେବେ ଏହି ବୃତ୍ତି ଅର୍ଥ ପାଇବାର ପ୍ରକ୍ରିୟା ଶେଷ ହୋଇ ଟଙ୍କା ପାଇବା ବେଳକୁ ୩-୪ ମାସ ଲାଗିଥାଏ। ତେଣୁ ବର୍ତ୍ତମାନ ଏହି ବର୍ଗର ଛାତ୍ରଛାତ୍ରୀମାନେ ସେମାନଙ୍କ ବୃତ୍ତି ଟଙ୍କା ପାଇବା ପରେ ସୁବିଧାରେ ସେମାନଙ୍କ ଆଡମିଶନ୍ ଓ ଟ୍ୟୁସନ ଫି ଜମା କରିପାରିବେ। ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଖୁବ୍ ଶୀଘ୍ର ଏକ ମାର୍ଗଦର୍ଶିକା ଜାରି କରାଯିବ।
❤25
September 1, 2026 4.5K 2