ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଭଲପାଇବା ❤️ ଆଜି PMGରେ ଆମ ଆନ୍ଦୋଳନକୁ ସମର୍ଥନ… — Creative Educational Idea — TG.ME

ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଭଲପାଇବା ❤️
ଆଜି PMGରେ ଆମ ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଜଣେ ଅବସରପ୍ରାପ୍ତ ଶିକ୍ଷକ ଆସିଥିଲେ। ତାଙ୍କର ନିଜ ବୋହୂ ମଧ୍ୟ ଜଣେ ଶିକ୍ଷକ ଆଶାୟୀ। ସେ ବର୍ତ୍ତମାନ ମେଡିକାଲରେ ଆଡମିଟ୍ ଥିଲେ ମଧ୍ୟ, ନିଜ ଶାରୀରିକ ଅସୁବିଧାକୁ ଭୁଲି ଆମକୁ ଭୌତିକ ଭାବେ ସମର୍ଥନ ଜଣାଇବାକୁ ଆସିଥିଲେ। ଏହା ସହିତ ଆମ ଆନ୍ଦୋଳନ ପାଇଁ ₹୧,୦୦୦ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କଲେ।
ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ଥିଲା, ଯେତେବେଳେ ସେ ମୋତେ କହିଲେ—
“ସାର୍, ନମସ୍କାର।”
ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି—
“ସାର୍, ଆପଣ ମୋତେ କେମିତି ଜାଣିଲେ?”
ସେ କହିଲେ—
“ଆପଣଙ୍କ Creative Education Idea YouTube Channel ଦେଖେ। ଆପଣମାନେ ଶିକ୍ଷକ ନିଯୁକ୍ତି ପାଇଁ ଯେଉଁଭଳି ଲଢ଼ୁଛନ୍ତି, ସେସବୁ ଦେଖୁଛି।”
ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଏଭଳି ସମ୍ମାନ, ଭଲପାଇବା ଓ ସମର୍ଥନ ପାଇବା—ଏହା ମୋ ପାଇଁ ନିଶ୍ଚିତ ଭାବେ ଏକ ବଡ଼ Achievement। ❤️
ଏଭଳି ଭଲପାଇବା ଓ ଆଶୀର୍ବାଦ ଆଉ କେଉଁଠି ମିଳେ ନାହିଁ।
ଆପଣଙ୍କର ଏହି ଭଲପାଇବା ସବୁବେଳେ ଆମ ସହିତ ରହୁ।
ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। 🙏❤️
ଶିକ୍ଷକ ଆଶାୟୀଙ୍କ ଲଢ଼େଇ ଜାରି ରହିବ।
👍155❤88🙏51
August 21, 2026 9.6K